ମାନସିକ ସ୍ଵାସ୍ଥ୍ୟ ସନ୍ତୁଳନ ଉପରେ କର୍ମଶାଳା
କେସିଙ୍ଗା/ କେସିଙ୍ଗାସମାଚାର (ମଧୁସୂଦନ ଠାକୁର) ଏସ ବିଆଇ ଓ ରାମକୀ ଫାଉନଣ୍ଡେସନ ଓ ପକ୍ଷରୁ ମଙ୍ଗଳବାର ଦିନ କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ହାଇସ୍କୁଲ ରେ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଆବଶ୍ୟକ ସ୍ଥଳେ ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ କିପରି କରାଯିବ ଓ କେଉଁ ପରିସ୍ଥିତିରେ କଣ କରାଯାଇ ମାନସିକ ସନ୍ତୁଳନକୁ ସ୍ଥିର କରାଯାଇ ପାରିବ ସେହି ବିଷୟରେ ରାମକୀ ଫାଉଣ୍ଡେସନ ର ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ସଚେତନ କରାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ରାମକୀ ଫାଉନଣ୍ଡେସନ ର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିଦ୍ୟାଳୟ ର ସହ ଶିକ୍ଷକ ଭାରତ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରି ଏସ ବି ଆଇ ଓ ରାମକୀ ଫାଉନଣ୍ଡେସନ ର ଉକ୍ତ ଅତି ଜରୁରୀ ଓ ଆବଶ୍ୟକ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାରୁ ଦୁଇ ସଂଗଠନ କୁ ଭୂରି ଭୂରି ପ୍ରଶଂସା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)